ଆଇପିଏଲ ରଦ୍ଦ କରିବାକୁ ନେଇ ହାଇକୋର୍ଟରେ ଦାବି

in steempress •  5 years ago  (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଧୀରେ ଧୀରେ ଚାଡିଆଡେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଭୟରେ ଅନେକ ବଡ ବଡ କାର୍ଯ୍ୟକ୍ରମ ରଦ୍ଦ କରାଯାଉଛି । ଇତିମଧ୍ୟରେ ଭାରତର ଚର୍ଚ୍ଚିତ ଲିଗ୍ ‘ଆଇପିଏଲ’ ସିଜନ୍ ୧୩ ରଦ୍ଦ ହେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କେବଳ ଏତିକି ନୁହେଁ ଆଇପିଏଲ ର ଆୟୋଜନ ସହ ଜଡିତ ପ୍ରସଙ୍ଗ ଏବେ କୋର୍ଟ ରେ ପହଁଚି ଗଲାଣି ।

ରିପୋର୍ଟ ମୁତାବକ, ମାଡ୍ରାସ ହାଇକୋର୍ଟରେ ଏକ ଜନହିତ ପିଟିସନ୍ ଦାଖଲ କରାଯାଇଛି । ଯେଉଁଥିରେ ଆଇପିଏଲ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରାଯାଇଛି । ଏହି ପିଟିସନ୍ ରେ କୁହାଯାଇଛି କି କରୋନା ଭାଇରସ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି ବିସିସିଆଇ ଦ୍ୱାରା ଆୟୋଜନ କରାଯାଉଥିବା ଆଇପିଏଲ କୁ ରଦ୍ଦ କରାଯାଉ ।

ଏହାପୂର୍ବରୁ ଆଇପିଏଲକୁ ରୋକିବା ପାଇଁ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ପକ୍ଷରୁ ଦାବି କରାଯାଇଥିଲା ।

ହୁଏତ ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇ ମେ’ ୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମ୍ୟାଚ୍ କୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କି ନିର୍ଦ୍ଧାରିତ କରାଯାଇଥିବା ସମୟରେ ହିଁ ମ୍ୟାଚ୍ ଖେଳାଯିବ ।

ସୂଚନାଯୋଗ୍ୟ, ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଚାରିଆଡେ ବ୍ୟାପିଯାଇଛି । ଏଥିରେ ଏପର୍ଯ୍ୟନ୍ତ ଭାରତରେ ୫୬ ରୋଗୀ ଚିହ୍ନଟ ହୋଇଛନ୍ତି ।

Authors get paid when people like you upvote their post.
If you enjoyed what you read here, create your account today and start earning FREE STEEM!
Sort Order:  

Good post