ସୁସ୍ଥ ହେଲେ କରୋନାରେ ଆକ୍ରାନ୍ତ ୩ ଭାରତୀୟ

in steempress •  5 years ago 


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ଆକ୍ରାନ୍ତରେ ୩ ଜଣ ଭାରତୀୟ ସୁସ୍ଥ ହୋଇଛନ୍ତି । ପୂର୍ବରୁ କେରଳର ଦୁଇଜଣ କରୋନା ଭାଇରସ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ହେବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଏବେ ଆଉ ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ସୂଚନାଯୋଗ୍ୟ ଜଣଙ୍କର ଚିକିତ୍ସା କସାରଗୋଡ କଞ୍ଚନଗଡ ସରକାରୀ ଡାକ୍ତରଖାନାରେ ଚାଲିଥିଲା । ଅନ୍ୟଜଣେ ରୋଗୀ ଅଲଫଞ୍ଜା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ ।

ତେବେ ତିନିଜଣ ଏବେ ସୁସ୍ଥ ହେବା ପରେ ଆଉ ଭାରତରେ କୌଣସି କରୋନା ଭାଇରସ ରୋଗୀ ନାହାନ୍ତି ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଏବେ ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୭ ଶହ ଛୁଇଁଛି । ସେହିଭଳି ଆକ୍ରାନ୍ତକ ସଂଖ୍ୟା ୭୦ ହଜାର ପାର ହୋଇ ଯାଇଛି । ନ୍ୟପଟେ କରୋନା ଭାଇରସ ନାମ ପରିବର୍ତ୍ତନ କରି କୋଭିଡ -୧୯ ନାମ ଦିଆଯାଇଛି । ଡାକ୍ତରୀ ଦଳ ଓ ଗବେଷକଙ୍କ ଶତ ଚେଷ୍ଟା ପରେ ମଧ୍ୟ ସେମିତି କିଛି ବିଶେଷ ସଫଳତା ମିଳି ନାହିଁ

Authors get paid when people like you upvote their post.
If you enjoyed what you read here, create your account today and start earning FREE STEEM!