![](https://steemitimages.com/640x0/https://atrnews.in/wp-content/uploads/2020/02/ffff-1.jpg)
ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତଜନା ଲାଗି ରହିଥିବାରୁ ଅନେକ ସମୟରେ ଦେଖିବାକୁ ମିଳୁଛି ସୀମାରେ ଗୁଳି ବିନିମୟ । ସୀମାରେ ସବୁବେଳେ ଉତ୍ତେଜନା ଦେଖିବାକୁ ମିଳୁଥିବା ବେଳେ ଅସ୍ତ୍ରବିରତୀ ଉଲ୍ଲଘଂନ ମଧ୍ୟ ହେଉଛି । ଯାହାଫଳରେ ଅନେକ ସୈନିକ ଗୁଳିମାଡର ସୀକାର ହେଉଛନ୍ତି । ତେବେ ସେନାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ମେଜର ଅନୁପ ମିଶ୍ର ଏକ ବୁଲେଟ ପ୍ରୁଫ ହେଲମେଟ ନିର୍ମାଣ କରିଛନ୍ତି । ଯେଉଁ ହେଲମେଟ ପିନ୍ଧିଲେ ସେନା ସୁରକ୍ଷିତ ରହିବେ ।
ଏହି ହେଲମେଟକୁ ଏତେ ସହଜରେ ଗୁଳି ମଧ୍ୟ ଭେଦ କରି ପାରିବ ନାହିଁ । ସବୁଠାରୁ ବଡକଥା ହେଲା ମାତ୍ର ୧୦ ମିଟର ଦୂରରୁ ଏକେ ୪୭ ଗୁଳି ମଧ୍ୟ ଭେଦ କରି ପାରିବ ନାହିଁ । ପୂର୍ବରୁ ଅନୁପ ମିଶ୍ର ବୁଲେଟ ପ୍ରୁଫ ଜ୍ୟାକେଟ ନିର୍ମାଣ କରିଥିଲେ । ଯାହାକୁ ସ୍ନାଇପର ମଧ୍ୟ ଭେଦ କରିପାରେ ନାହିଁ । ଅନୁପ ମିଶ୍ର ଜାମ୍ମୁ କାଶ୍ମୀରରେ ନିୟୋଜିତ ଥିବା ବେଳେ ସେ ଏମିତି ବୁଲେଟ ପ୍ରୁଫ ଜ୍ୟାକେଟ ଓ ହେଲମେଟ ନିର୍ମାଣ କରିବାକୁ ସ୍ଥର କରିଥିଲେ ।
The helmet looks ver old style, as a 1970s Vietnam era helmet?
Downvoting a post can decrease pending rewards and make it less visible. Common reasons:
Submit